ମା’ଙ୍କ ପରଲୋକରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ଶୁକ୍ରବାର ସକାଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୋଦି ନିଜେ ଟୁଇଟର୍‌ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖି ମା’ଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗୌରବମୟ ଶତାବ୍ଦୀ ଈଶ୍ବରଙ୍କ ପାଦତଳେ ବିରାମ … ମା’ଙ୍କଠାରେ ମୁଁ ସର୍ବଦା ସେହି ତ୍ରିମୂର୍ତ୍ତିକୁ ଅନୁଭବ କରି ଆସିଛି, ଯେଉଁଥିରେ ଏକ ତତ୍ପରତାର ଯାତ୍ରା, ଏକ ନିଃସ୍ବାର୍ଥପର କର୍ମ ଯୋଗୀଙ୍କ ପ୍ରତୀକ ଏବଂ ମୂଲ୍ୟବୋଧ ପାଇଁ ଏକ ପ୍ରତିବଦ୍ଧତା ସାମିଲ ଅଛନ୍ତି।
ପ୍ରଧାନମନ୍ତ୍ରୀ ଆଉ ଏକ ଟୁଇଟ୍‌ରେ ମଧ୍ୟ କହିଛନ୍ତି, ମୁଁ ତାଙ୍କ ୧୦୦ତମ ଜନ୍ମଦିନରେ ତାଙ୍କୁ ଭେଟିଥିଲି, ସେ ଗୋଟିଏ କଥା କହିଥିଲେ, ଯାହା ସର୍ବଦା ମନେ ରହିବ। ବୁଦ୍ଧି ସହିତ କାମ କରିବା, ଶୁଦ୍ଧତା ସହିତ ଜୀବନ ବଞ୍ଚିବା, ଅର୍ଥାତ୍‌ ବୁଦ୍ଧି ସହିତ କାର୍ଯ୍ୟ କରିବା ଏବଂ ଶୁଦ୍ଧତା ସହିତ ଜୀବନ ବଞ୍ଚିବା।
ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏବେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଅସୁସ୍ଥତା ହେତୁ ବୁଧବାର ତାଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାବେଳେ ପ୍ରଧାନମନ୍ତ୍ରୀ ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।

Share