ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ଉପହାର ଇ-ନିଲାମ

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ କିଛି ଦିନ ହେବ ମିଳିଥିବା ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ଏବଂ ଚିତ୍ତୌଗଡ଼ର ବିଜୟ ସ୍ତମ୍ଭ ଏବଂ ବାରାଣସୀର ଏକ ଘାଟର ପେଣ୍ଟିଂ ସମେତ ୯୧୨ରୁ ଅଧିକ ଉପହାର ଏବଂ ସ୍ମରଣିକା ଇ-ନିଲାମ ପାଇଁ ରଖାଯାଇଥିଲା। ଇ-ନିଲାମ ଅକ୍ଟୋବର ୨ ଠାରୁ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୩୧ରେ ଶେଷ ହେବ। ଏହି ଉପହାରଗୁଡ଼ିକ ମଧ୍ୟରୁ କେତେକକୁ ନ୍ୟାଶନାଲ ମ୍ୟୁଜିୟମ ଅଫ ମଡର୍ନ ଆର୍ଟରେ ପ୍ରଦର୍ଶନୀ ପାଇଁ ରଖାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ନିଲାମର ସିରିଜର ଏହା ହେଉଛି ପଞ୍ଚମ ସଂସ୍କରଣ। ଜାନୁଆରୀ ୨୦୧୯ରେ ପ୍ରଥମ ନିଲାମ ଅନୁଷ୍ଠିତ ହୋଇଥିଲା।