ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା ଏବଂ ପରିଶ୍ରମୀ କାର୍ଯ୍ୟକର୍ତ୍ତା। ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କ ରେକର୍ଡ ପ୍ରଶଂସନୀୟ। ନୀତିନ ନବୀନଙ୍କ ନିଷ୍ଠା ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ Xରେ ପୋଷ୍ଟ କରିଛନ୍ତି।
ସୂଚନା ଯୋଗ୍ୟ, ଭାଜପା ରବିବାରରେ ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି। ନୀତିନ ନବୀନଙ୍କୁ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଛି। ନୀତିନ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି। ବର୍ତ୍ତମାନ ନୀତିନଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ସେ ବିହାର ସରକାରରେ ମନ୍ତ୍ରୀ ଅଛନ୍ତି। ସଂଗଠନରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ଲଗାତର ୪ଥର ବାଙ୍କିପୁର ଆସନରୁ ବିଜୟୀ ହୋଇଛନ୍ତି। ନୀତିନ ରାସ୍ତା ନିର୍ମାଣ ମନ୍ତ୍ରୀ ସାଙ୍ଗକୁ ସେ ଜଣେ ଯୁବ, ଶକ୍ତିଶାଳୀ ଏବଂ ପରିଶ୍ରମୀ ନେତା ଭାବେ ନିଜ ଖ୍ୟାତି ପ୍ରତିଷ୍ଠା କରିଛନ୍ତି।