ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା ମାଷ୍ଟର ଗେମରେ ବରଗଡ଼ର ୨ଭଉଣୀ ଅରୁଣା ଘିବିଲା ଓ ଅନୁପମା ଘିବିଲା ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଅରୁଣା ହାଇ ଜମ୍ପରେ ସ୍ବର୍ଣ୍ଣ ପଦକ ଏବଂ ଲଙ୍ଗ ଜମ୍ପରେ
ରୌପ୍ୟ ପଦକ ପାଇଛନ୍ତି।

ସେହିପରି ତାଙ୍କ ଭଉଣୀ ଅନୁପମା ହାଇ ଜମ୍ପରେ ସ୍ବର୍ଣ୍ଣ ପଦକ, ଟ୍ରିପଲ ଜମ୍ପରେ ରୌପ୍ୟ ପଦକ ଏବଂ ୮୦ ମିଟର ହର୍ଡଲ୍ସ ରେସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଖବର ପାଇବା ପରେ ବରଗଡ଼ରେ ଆନନ୍ଦର ଲହରୀ ଖେଳିଯାଇଛି । ବରଗଡ଼ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି ।

Dharitri – Odisha’s No.1 Odia Daily

Share