ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ)-ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହସିକତା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ୟାସୀ କୁଣ୍ଡାମାଲ ଗ୍ରାମର ଏସ୍ଓଜି କମାଣ୍ଡୋ ସୁଶାନ୍ତ କୁମାର ସାଗରଙ୍କୁ ରାଷ୍ଟ୍ରପତି ପଦକ ମିଳିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ସୁଶାନ୍ତଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ନେଇଁ କଳାହାଣ୍ଡି ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ନିଜ ଗାଁ ସନ୍ୟାସୀ କୁଣ୍ଡାମାଲଠାରେ କମାଣ୍ଡୋ ସୁଶାନ୍ତ ସାଗର ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି। ଗ୍ରାମର ଛକ ଠାରୁ ଗ୍ରାମବାସୀ ତାଙ୍କୁ ଫୁଲ ମାଲ ପିନ୍ଧାଇ ବାଜା ବଜାଇ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରିଥିଲେ। ଏହି ସମୟରେ ଜୟ ଜୱାନ, ଭାରତ ମାତା କି ଜୟ, ବନ୍ଦେ ମାତରମ, ସୁଶାନ୍ତ ସାଗର ଜିନ୍ଦାବାଦ ନାରାରେ ଅଞ୍ଚଳ କମ୍ପି ଉଠିଥିଲା। ଏହି ସ୍ବାଗତ ବେଳେ ସନ୍ୟାସୀ କୁଣ୍ଡାମାଲର ସରପଞ୍ଚ ରଶ୍ମିତା ନାଏକ, ପୂର୍ବତନ ସରପଞ୍ଚ ଧନେଶ୍ୱର ନିଆଲ, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ଅଧିକାରୀ, ପୂର୍ବତନ ସମିତି ସଦସ୍ୟା କୁନ୍ତଳା ରାଉତ, ପୂର୍ବତନ ସମିତି ସଦସ୍ୟା ଟୁନି ନାଏକ ସହିତ ଗ୍ରାମର ଅନେକ ଗଣମାନ୍ୟ ବ୍ୟକ୍ତି ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପ୍ରର୍ଯ୍ୟନ୍ତ ସାମିଲ ହୋଇଥିଲେ। ସାବିତ୍ରୀ ସାଗର ଓ ସ୍ବର୍ଗତ ସନାତନ ସାଗରଙ୍କ ପୁଅ ସୁଶାନ୍ତ ଅଟନ୍ତି।