କୋସଲବାଦି ସଙ୍ଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ : ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ

ବଲାଙ୍ଗୀର,୧୬।୩: କୋସଲ ରାଜ୍ୟ ସମନ୍ବୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୋମବାର ସ୍ଥାନୀୟ ଯାଦବ ଭବନ ଠାରେ ଖବରଦାତା ସମ୍ମିଳନୀ କରି ସ୍ବତନ୍ତ୍ର କୋସଲ ରାଜ୍ୟ ଗଠନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସମର୍ଥନ ଜଣାଇ ବିଧାନସଭାରେ ସ୍ବତନ୍ତ୍ର କୋସଲ ରାଜ୍ୟ ଗଠନ ପ୍ରସଙ୍ଗରେ ପ୍ରସ୍ତାବ ଆଗତ କରିବା ଓ ଏହାକୁ କୋଶଳାଞ୍ଚଳର ସମସ୍ତ ବିଧାୟକ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଏହା ସହିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ରାଜ୍ୟ ସଙ୍ଗୀତ ମାନ୍ୟତାକୁ ପ୍ରତ୍ୟାହାର ଦାବି କରିବାକୁ ନିବେଦନ କରିଛନ୍ତି।