ମାସେ ହେଲାଣି ଦେଓଗାଁ ଅଞ୍ଚଳରେ ହିଂସାଜନକ ପରିସ୍ଥିତି: ଶାନ୍ତି ଫେରାଇ ଆଣିବାକୁ…

ବଲାଙ୍ଗୀର,୬।୧୧(ସୁନୀଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ  ପକ୍ଷରୁ ବଲାଙ୍ଗୀର କୃଷି ଭବନ ସମ୍ମିଳନୀ କକ୍ଷଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଦେଓଗାଁ ଅଞ୍ଚଳରେ ଦୀର୍ଘ ଏକ ମାସ ଧରି ଲାଗି ରହିଥିବା ଅଶାନ୍ତିକର ତଥା ହିଂସାଜନକ ପରିସ୍ଥିତି ଉପରେ ଦୃଷ୍ଟି ଦିଆଯାଇ ଶାନ୍ତି ଫେରାଇ ଅଣାଯାଉ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ତେବେ କିଛି ଦିନ ତଳେ ଦେଓଗାଁ ଅଞ୍ଚଳରେ କେତେଜଣ ଅସାମାଜିକ ତୱ ବନ୍ଧୁକ ମାରଣାସ୍ତ୍ର ଧରି ବିଭିନ୍ନ ଲୋକଙ୍କୁ ଧମକ ଚମକ ଦେଇ ଭୟଭିତ କରିଥିଲେ l ଏହି ଘଟଣାକୁ  ଜିଲା ପ୍ରଶାସନ କିମ୍ବା ପୋଲିସ ଗୁରୁତର ସହ ନ ନେଇ ହାଲୁକା ଭାବେ ଗ୍ରହଣ କରିଥିଲା l ଯାହାଦ୍ୱାରା ଦେଓଗାଁ ଅଞ୍ଚଳରେ ପୁଣି ଥରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି।  ଦେଓଗାଁ ଅଞ୍ଚଳରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀକୁ ସୁରକ୍ଷା ଦେବା ପାଇଁ ସେଠିକାର କିଛି ସ୍ଥାନୀୟ ରାଜନେତା ଏବଂ ପୋଲିସ ପ୍ରଶାସନର କାର୍ଯ୍ୟରତ କିଛି ପୋଲିସ ଅଧିକାରୀ  ହାତ ମିଳାଇଥିବା ଖବରଦାତା ସମ୍ମିଳନୀରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ କହିଛନ୍ତି।
ଅନୁପ୍ରବେଶ ବାଂଲାଦେଶୀଜଣଙ୍କ କିଛି ବର୍ଷ ହେଲା ଦେଓଗାଁ ଅଞ୍ଚଳରେ  ରହି ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି l ଯାହା ଫଳରେ  ଦେଓଗାଁ ଅଞ୍ଚଳରେ ଲୋକେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଲୋକେ ନିଜ ଘରୁ ବାହାରିବାକୁ ଡରୁଛନ୍ତି। ତେଣୁ ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ପୋଲିସ ଯଥାଶୀଘ୍ର ଦେଓଗାଁ ଅଞ୍ଚଳରେ ଶାନ୍ତି ଫେରାଇ ଆଣନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ଅନୁପ୍ରବେଶକାରୀଙ୍କ ବାଂଲାଦେଶୀ ଲିଙ୍କକୁ ତଦନ୍ତ କରି ତାଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କୁ ବଲାଙ୍ଗୀର ଜିଲା ତଥା ଦେଶରୁ ବିତାଡିତ କରନ୍ତୁ।  ଜିଲା ସଭାପତି ଶ୍ରୀ ବଦ୍ରିନାଥ ହୋତା ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଏହି ଖବରଦାତା ସମ୍ମୀଳନୀରେ  ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳଙ୍କ ସମେତ ରାଜ୍ୟ ଉପସଭାପତି ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ଜିଲା ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପୁରୋହିତ, ସନତ କୁମାର ପାତ୍ର, ପ୍ରଦୀପ କୁମାର ବେହେରା, ବୁଲୁ ପର୍ଡ଼ିଆ ତଥା ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share