ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଖବରଦାତା ସମ୍ମିଳନୀ, ନଭେମ୍ବର ୩୦ରେ …

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସରକାରୀ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠାନର ସଭାନେତ୍ରୀ ଜାଜ୍ଞସେନୀଙ୍କ ନେତୃତ୍ବରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୩୦ରେ ୩୭ ତମ ରାଜ୍ୟସ୍ତରୀୟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଓ ପୁଷ ପୁନି ଭେଟଘାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପାଇଁ ସ୍ଥିର ହୋଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସେମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ସମ୍ମାନିତ କରାଯିବ। ବିଶିଷ୍ଟ କବି ଓ ଅନୁବାଦକ ଡ଼. ଭଗବାନ ଜୟସିଂହ (ପୁରୀ )ଙ୍କୁ ତାଙ୍କର ଜୀବନବ୍ୟାପି ସାଧନା ପାଇଁ ସମ୍ମାନଜନକ ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବ। ପ୍ରବନ୍ଧ ସାହିତ୍ୟ ପାଇଁ ଚିତ୍ତ ରଞ୍ଜନ ମିଶ୍ର (ପୁରୀ) କାବ୍ୟ କବିତା ପାଇଁ ବିଶିଷ୍ଟ କବି କେଦାର ମିଶ୍ର ଭୁବନେଶ୍ୱର ଓ କଥା ସାହିତ୍ୟ ପାଇଁ ଲକ୍ଷ୍ମୀ ଚାନ୍ଦ ଙ୍କୁ ଚେତାବନୀ ପ୍ରଜ୍ଞା ସମ୍ମାନରେ ସମ୍ମାନିତ କରାଯିବ! କବିତା ପାଇଁ ଡ଼. ମମତା ପ୍ରିୟ ଦର୍ଶିନୀ ସାହୁଙ୍କୁ ସୁନ୍ଦରଗଡ଼ ଓ ଜ୍ୟୋତି ମିଶ୍ରଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ। ଗୀତ କବିତା ପାଇଁ କବି ସୁରଞ୍ଜନ ପାତ୍ର ବାଲେଶ୍ୱରଙ୍କୁ ପାର୍ଥ ବିଶି ଗୀତ କବିତା ସମ୍ମାନ, ଶିକ୍ଷାବିତ ଇଂ ଅଜୟ କୁମାର ପଣ୍ଡାଙ୍କୁ ଚେତାବନୀ ଶିକ୍ଷା ସମ୍ମାନ, ଯୁବ କବି ଐଶର୍ଯ୍ୟା ପ୍ରଧାନ ଙ୍କୁ ଯୁବ କବି ଲକ୍ଷ୍ମୀ କାନ୍ତ ସ୍ମୁତି ସମ୍ମାନ, ସମାଜସେବା କ୍ଷେତ୍ରରେ ବୈଦ୍ୟ. ସଦାନନ୍ଦ ପୁଟେଲଙ୍କୁ ଚେତାବନୀ ସମାଜସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜୀବନବ୍ୟାପି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚେତାବନୀ ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ବିପିନ ବିହାରୀ ବିଶିଙ୍କୁ ଚେତାବନୀ ସୁହୃଦ ସମ୍ମାନରେ ସମ୍ମାନିତ କରିବା ପାଇଁ ସ୍ଥିରୀକୃତ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ସାହିତ୍ୟ ସଂସଦର ସଭାପତି ବିଶିଷ୍ଟ ଲେଖିକା ଯାଜ୍ଞସେନି ସାହା ସୂଚନା ଦେଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ରଞ୍ଜନ ପଣ୍ଡା, ଯାଦବେନ୍ଦ୍ର ସାହା ପ୍ରମୁଖଙ୍କ ସହ ଚେତାବନୀ ସାହିତ୍ୟ ସଂସଦର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ କଥାଶିଳ୍ପୀ କବି ନିଳୋପୁଳା ମାଙ୍କ ସ୍ମୃତିରେ ଇଂ ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାର ସଭାନେତ୍ରୀ ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Share