ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ପ୍ରକ୍ର୍ରିୟା ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍ପେଣ୍ଡ୍ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍ପେଣ୍ଡ୍ କରାଯାଇଛି। ସସ୍ପେଣ୍ଡ୍ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ମତଦାନବେଳେ ଗୋପନୀୟତା ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶାନ୍ତିଶୃଙ୍ଖଳାର ସହ ଭୋଟିଂ ଚାଲିଛି, ସିସିଟିଭିରେ ମନିଟର କରୁଛୁ। ଲୋକଙ୍କ ନିକଟରୁ ଏଯାବତ୍ କୌଣସି ଅଭିଯୋଗ ଆସିନି।