ମଣିପୁରରେ ଆଉ ୬ ମାସ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ

ଇମ୍ଫାଲ,୨୫ା୭: ମଣିପୁରରେ ଆଉ ୬ ମାସ ପାଇଁ ବୃଦ୍ଧି ହୋଇଛି ରାଷ୍ଟ୍ରପତି ଶାସନ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ସଂସଦର ମୋହର ବାଜିଛି। ଫେବୃଆରୀ ୧୩ରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ବିଧାନସଭା ଭଙ୍ଗ କରିଥିଲେ । ଦେଶର ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସଂସଦର ଅନୁମତି ଜରୁରୀ। ପ୍ରତି ୬ ମାସରେ କେନ୍ଦ୍ର ସରକାର ସଂସଦର ଅନୁମତି ନେବା ନିହାତି ଜରୁରୀ ଅଟେ।

Share