ରାଷ୍ଟ୍ରପତିଙ୍କ ଫେସ୍‌ବୁକ୍‌ ପେଜ୍‌ ବ୍ୟାନ

ସୋସିଆଲ ମିଡିଆରେ କରୋନା ସମ୍ପର୍କିତ ଗୁଜବ ପ୍ରଚାର ଯୋଗୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମଦୁରୋଙ୍କ ପେଜ୍‌ ବନ୍ଦ କରିଛି ଫେସ୍‌ବୁକ। କାର୍‌ଭାଟିଭିର୍‌ ନାମକ ଏକ ଔଷଧକୁ ‘ଚମତ୍କାର’ ବୋଲି ବର୍ଣ୍ଣନା କରିବା ସହ ଏହାର ସେବନ କଲେ କରୋନା ସଂକ୍ରମଣରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ପ୍ରଚାର କରିଥିଲେ। କୌଣସି ଡାକ୍ତର କିମ୍ବା ବୈଜ୍ଞାନିକ ଏହି ମେଡିସନ୍‌କୁ ସ୍ବୀକୃତି ଦେଇ ନ ଥିଲେ ମଧ୍ୟ ନିକୋଲାସ୍‌ ତାହାର ପ୍ରଚାର କରୁଥିବା ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା କମ୍ପାନୀର ପଲିସି ଉଲ୍ଲଂଘନ ହୋଇଥିବା କହି ରାଷ୍ଟ୍ରପତିଙ୍କ ପେଜ୍‌କୁ ଫେସ୍‌ବୁକ୍‌ ବ୍ଲକ କରିଛି।