ଚାମ୍ପିୟନ୍ସ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛନ୍ତି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ବହୁ ସେଲିବ୍ରେଟି, କ୍ରୀଡ଼ାବିତ, ରାଜନେତା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ଭାରତ ଏକମାତ୍ର ଦଳ ଭାବେ ଏହି ଟ୍ରଫିକୁ ତୃତୀୟ ଥର ଜିତିଛି। ଇତିହାସ ରଚିବା ପାଇଁ ଖେଳାଳି, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ ସର୍ବାଧିକ ପ୍ରଶଂସାର ଅଧିକାରୀ। ଭାରତୀୟ କ୍ରିକେଟର ଭବିଷ୍ୟତ ଉଚ୍ଚ୍ବଳ ହେଉ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ X ରେ ଏକ ପୋଷ୍ଟ କରି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଅବିଶ୍ୱସନୀୟ ମ୍ୟାଚ ଓ ଅବିଶ୍ୱସନୀୟ ଫଳାଫଳ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଘରକୁ ଆଣୁଥିବା ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ସେମାନେ ପୂରା ଟୁର୍ନାମେଣ୍ଟରେ ଚମତ୍କାର ଖେଳିଥିଲେ। ଜବରଦସ୍ତ ପ୍ରଦର୍ଶନ ଲାଗି ଆମ ଦଳକୁ ଅଭିନନ୍ଦନ।

ଇତିହାସ ରଚିଲା ଭଳି ବିଜୟ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ରୋମାଞ୍ଚକ ବିଜୟ ହାସଲ କରିବା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ। ଭାରତୀୟ ଦଳ ପିଚରେ ପ୍ରଧାନ୍ୟବିସ୍ତାର କରି ଖେଳି ଦେଶକୁ ଗର୍ବିତ କରିଛି। ଭାରତୀୟ ଦଳ କ୍ରିକେଟ ଉତ୍କୃଷ୍ଟତାର ନୂଆ ମାନଦଣ୍ଡ ସ୍ଥାପନା କରିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅମିତ ଶାହା X ରେ ଏକ ପୋଷ୍ଟ କରି କହିଛନ୍ତି।

Share