Categories: ମେଟ୍ରୋ

ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ସମ୍ବର୍ଦ୍ଧିତ

ଭୁବନେଶ୍ୱର,୩ା୨: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା ଆନ୍ଦୋଳନର ସଭାପତି ତଥା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ଓଡ଼ିଆ ଭାଷାର ଉନ୍ନତି ପାଇଁ ଦାବି କରି ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଦୀର୍ଘ ୮୭୮ ଦିନ ଧରି କଳା ପତାକା ପଟୁଆର ଅନୁଷ୍ଠିତ ହୋଇଥିଲା। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ‘ସଂସ୍କୃତି ଓ ସଂସ୍କୃତି’ର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ମହାବୋଧି ସୋସାଇଟିର ସମ୍ପାଦକ ଡ. ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଶ୍ରୀ ଶତପଥୀ ‘ସଂସ୍କୃତି ଓ ସଂସ୍କୃତି’କୁ ଧନ୍ୟବାଦ ଜଣାଇ ଓଡ଼ିଆ ଭାଷାର ସମୃଦ୍ଧି କାମନା କରିଥିଲେ। ପ୍ରଯୋଜକ ଲୁଟୁ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର ବିଶ୍ୱାଳ ଓ ମଣ୍ଟୁ ମହଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।