New Delhi: President Ram Nath Kovind presents the National Service Scheme (NSS) Awards for 2018-2019 via video conferencing, in New Delhi on Sep 24, 2020. (Photo: IANS)
ନୂଆଦିଲ୍ଲୀ,୩୧।୧୨: ନୂଆବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ସ୍ନେହ ଓ ସହନଶୀଳତା ଭିତ୍ତିକ ଏକ ସମାଜ ଗଠନ ଦିଗରେ କାର୍ଯ୍ୟ କାରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ନୂଆବର୍ଷ ସଭିଙ୍କ ପାଇଁ ଆଣିଥାଏ ଏକ ନୂଆ ସୁଯୋଗ। ଏହି ନୂଆବର୍ଷରେ ଆମେ ବ୍ୟକ୍ତିଗତ ଓ ସାମୁହିକ ବିକାଶ ପାଇଁ ଏକାଠି ହେବା ଦରକାର । ନୂତନ ବର୍ଷରେ ଦେଶବାସୀ ସୁଖୀ, ନିରୋଗ ଓ ନିରାପଦ ରୁହନ୍ତୁ ବୋଲି ସେ କାମନା କରିଛନ୍ତି ।