୨୯ରେ ହରିୟାଣା ଯିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନାର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୨୫।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ହରିୟାଣା ଗସ୍ତରେ ଯିବେ। କୁରୁକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସର୍ବେକ୍ଷଣ ଯୋଜନାର ଶୁଭାରମ୍ଭ କରିବେ। ଯେଉଁଥିରେ ରାଜ୍ୟର ୧.୬୦କୋଟିରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ସର୍ଭେ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଗୁରୁବାର ଏକ ବୈଠକରେ ସୂଚନା ଦେଇଛନ୍ତି।
ନିକଟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ରାଜ୍ୟରେ ଚିରାୟୁ ହରିୟାଣା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇବେ ଏବଂ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାସହ ଚିରାୟୁ ହରିୟାଣା ଯୋଜନା କାର୍ଯ୍ୟ ଶୀଘ୍ର ତ୍ୱରାନ୍ବିତ କରାଯିବା ଉଚିତ୍‌ ଯାହା ଦ୍ୱାରା ଲୋକମାନେ ଶୀଘ୍ର ଏହି ଯୋଜନାର ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।