ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି, କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୮ା୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି। କୋଲକାତାର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଏପରି କଡ଼ା ବିବୃତ୍ତି ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ବହୁତ ନିରାଶ ଏବଂ ଭୟଭୀତ ଅଟେ। ଝିଅମାନଙ୍କ ବିରୋଧରେ ଅପରାଧକୁ ଆଉ ବରଦାସ୍ତ କରଯିବନି। ବହୁତ ହୋଇଗଲା।

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି କହିଛନ୍ତି, ଯେତେବେଳେ କୋଲକାତାରେ ଛାତ୍ର, ଡାକ୍ତର ଏବଂ ନାଗରିକମାନେ ବିରୋଧ ପ୍ରଦର୍ଶନ କରୁଥିଲେ, ଅପରାଧୀମାନେ ଅନ୍ୟ ସ୍ଥାନରେ ଅପେକ୍ଷା କରି ରହିଥିଲେ।

କୋଲକାତାରେ ଘଟିଥିବା ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, କୌଣସି ସଭ୍ୟ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନୁମତି ଦିଆଯାଇପାରିବ ନାହିଁ। ସମାଜ ମଧ୍ୟ ସଚ୍ଚୋଟ, ନିରପେକ୍ଷ ଏବଂ ଆତ୍ମନିରୀକ୍ଷଣ ହେବା ଉଚିତ।

ରାଷ୍ଟ୍ରପତି କହିଛନ୍ତି, ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାମାନଙ୍କୁ କମ୍‌ ଶକ୍ତିଶାଳୀ, କମ୍‌ ଦକ୍ଷ, କମ୍‌ ବୁଦ୍ଧିମତି ବୋଲି ଭାବନ୍ତି। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ। ଯେଉଁମାନଙ୍କର ଏପରି ଦୃଷ୍ଟିକୋଣ ରହିଛି, ସେମାନେ ମହିଳାମାନଙ୍କୁ ଏକ ବସ୍ତୁ ଭାବରେ ଦେଖନ୍ତି। ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ପ୍ରତିବନ୍ଧକକୁ ହଟାଇବା ଆମ ଝିଅମାନଙ୍କର କର୍ତ୍ତବ୍ୟ।

ସେ କହିଛନ୍ତି, ନିର୍ଭୟା ପରେ ଗତ ୧୨ ବର୍ଷ ମଧ୍ୟରେ ସମାଜ ଅଗଣିତ ବଳାତ୍କାରକୁ ଭୁଲି ଯାଇଛି। ଏହି ପ୍ରକାର ମାନସିକ ରୋଗ ଅତି ଅହସ୍ୟ। ବର୍ତ୍ତମାନ ସମୟ ଆସିଛି ଭାରତ ଇତିହାସକୁ ସାମ୍ନା କରିବାକୁ।

ଆହୁରି ମଧ୍ୟ ରାଷ୍ଟ୍ରପତି କହିଛନ୍ତି, ସମାଜ ନିଜକୁ କିଛି କଠିନ ପ୍ରଶ୍ନ ପଚାରିବା ଆବଶ୍ୟକ। କୌଣସି ସଭ୍ୟ ସମାଜ ଝିଅ ଏବଂ ଭଉଣୀମାନଙ୍କ ଉପରେ ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ।

Share