ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୯ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଲଣ୍ଡନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଭେଟିଛନ୍ତି। ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ମୁର୍ମୁ ୩ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି। ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର ହଲ୍‌ରେ ନିଜ ତଥା ଭାରତର ଲୋକଙ୍କ ପକ୍ଷରୁ ମହାରାଣୀଙ୍କୁ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ରାଷ୍ଟ୍ରପତି ଭବନ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବଂ ତାଙ୍କ ଭଉଣୀ ଶେଖ୍‌ ରେହାନାଙ୍କୁ ଭେଟିଥିଲେ। ଲଣ୍ଡନର ରାଣୀଙ୍କ ଅନ୍ତିମ ସଂସ୍କାର ଆରମ୍ଭ ପୂର୍ବରୁ ସେମାନେ ଭେଟିଥିଲେ। ଏହାପୂର୍ବରୁ ରାଷ୍ଟ୍ରପତି ବକିଂହାମ୍‌ ବ୍ରିଟେନର ନୂତନ ରାଜା ଚାଲର୍‌ସ ତୃତୀୟଙ୍କ ସହ ସାକ୍ଷାତ କରିଥିଲେ। ରାଜା ଚାଲର୍‌ସଙ୍କୁ ଭେଟିବା ପରେ ରାଷ୍ଟ୍ରପତି ରାଣୀ ଏଲିଜାବେଥ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ସ୍ମୃତିରେ ଏକ ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ।

Share