ଏନସିସି ଦିବସ ପାଇଁ ପ୍ରସ୍ତୁତି: କ୍ୟାଡେଟଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୨୦।୧୧(ବାବୁଲା ପ୍ରଧାନ): ପ୍ରତିବର୍ଷ ନଭେମ୍ବର ମାସ ୪ର୍ଥ ରବିବାର ଏନସିସି ଦିବସ ପାଳନ ହେଉଛି। ତେଣୁ ଉକ୍ତ ଦିବସକୁ ମନେ ପକାଇବା ପାଇଁ କ୍ୟାଡେଟଗୁଡିକ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେଉଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ କ୍ୟାଡେଟଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେଉଛି। ଗୁରୁବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରଚନା, ନୃତ୍ୟ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ଆର୍ମି ୱିଂଙ୍ଗ ସିଟିଓ ଅର୍ପଣ ପ୍ରଧାନ, ନାଭାଲ ୱିଂଙ୍ଗ ସିଟିଓ ବିଭୂତି ଗୌଡ, ପୂର୍ବତନ ନାଭାଲ ଅଫିସର ଡ. ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ, ୧୯୪୭ ମସିହାରେ ଦେଶ ସ୍ବାଧୀନତା ହେବା ସହ ୧୯୪୮ ମସିହାରେ ଏନସିସି ପ୍ରତିଷ୍ଠା ହୋଇଥିଲା। ଆସନ୍ତା ରବିବାର ପ୍ରତିଷ୍ଠା ଦିବସ ପାଳନ ହେବ।

 

Dharitri – Odisha’s No.1 Odia Daily

 

Share