ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ତାଲିମ କର୍ମଶାଳା ଆରମ୍ଭ ହୋଇଛି। ତହସିଲଦାର ଧୀରଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ ତଦାରଖ ଦାୟିତ୍ୱରେ ଅଛନ୍ତି। ତାଲିମ କର୍ମଶାଳାରେ ୨ ଶହ ଗଣନାକାରୀ ଏବଂ ୩୩ ଜଣ ପର୍ଯ୍ୟବେକ୍ଷକ ତାଲିମ ନେଉଛନ୍ତି। ସେମାନଙ୍କୁ ୧୦ ଜଣ ତାଲିମ ପ୍ରଦାନ କରୁଛନ୍ତି। ବୋଲି ମୁଖ୍ୟ ଜନଗଣନା ଅଧିକାରୀ ତଥା ତହସିଲଦାର ପାତ୍ର ସୂଚନା ଦେଇଛନ୍ତି। ଏହି ତାଲିମ ଦେଶର ପ୍ରଥମ ଡିଜିଟାଲ ଜନଗଣନା ହୋଇଥିବାରୁ ଏହାକୁ କିଭଳି ଡିଜିଟାଲ ରେ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କରାଯିବ ଓ ତଥ୍ୟ ସଂଗ୍ରହ ବେଳେ କ’ଣ ସବୁ ତଥ୍ୟ ପରିବାର ଲୋକମାନଙ୍କର ରହିବ ସେନେଇ ତାଲିମ ପ୍ରଦାନ କରାଯାଉଛି। ଠିକ ଏବଂ ନିରପେକ୍ଷ ତଥ୍ୟ ପ୍ରଦାନ କରିବାକୁ ଲୋକଙ୍କୁ ସଚେତନ କରାଯିବା ସହ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ଦାୟିତ୍ୱ ଉପରେ କର୍ମଶାଳାରେ ଗୁରୁତ୍ୱରୋପ କରାଯାଉଛି। ଠିକ ତଥ୍ୟ ପ୍ରଦାନ କରି ସମୃଦ୍ଧ ରାଜ୍ୟ ତଥା ଦେଶ ଗଠନରେ ସାମିଲ ହେବାକୁ ତହସିଲଦାର ଲୋକଙ୍କୁ ନିବେଦନ କରିଛନ୍ତି। ତାଲିମଦାତା ରୂପେ ଆଦିତ୍ୟ ଝାଙ୍କର, ଦିଲେଶ୍ୱର ତାଣ୍ଡିଆ,ଶରତ ବରିହା, ଟଙ୍କଧର ଶବର, ଗୌମାଙ୍ଗ ଚରଣ ପ୍ରଧାନ, ସଂଗ୍ରାମ କେଶରୀ ପଣ୍ଡା, ସନ୍ତୋଷ ରଥ, ପ୍ରସନ୍ନ କହଁର, ବିଭୂତି କହଁର ଏବଂ ଶିବ ମାଝି ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share