ଜଗନ୍ନାଥପ୍ରସାଦ,୬ା୯(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ମୁଖ୍ୟବଜାରଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ କରଞ୍ଜେଇ ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହି ଅବସରରେ ଗ୍ରାମ ଦେବତୀ ମା’ କରଞ୍ଜେଇ ମା’ କନକଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଅସ୍ଥାୟୀ ମଣ୍ଡପଠାରେ ପୂଜାର୍ଚ୍ଚନା କରାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ବଣିକ ସଂଘସଭାପତି ନେତାଜୀ ପାତ୍ର, ଉପଦେଷ୍ଟା ପ୍ରସନ୍ନ ପାତ୍ର, ମାନସ ରଞ୍ଜନ ପରିଛା, ବିନାୟକ ମହାପାତ୍ର, ଅମିତାଭ ମହାପାତ୍ରଙ୍କ ଉପସ୍ଥିତିରେ କର୍ତ୍ତା ମହେନ୍ଦ୍ର ପଣ୍ଡା, ପୁରୋହିତ ନାରାୟଣ ଦାସ, ଉପସଭାପତି ରବି ନାରାୟଣ ମହାରଣା, ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଶୁଭମ ପାତ୍ର,ରାକେଶ ସାହୁ, ବସନ୍ତ ସାମଲ ରଙ୍କନିଧି ନାୟକ,ସନ୍ନ୍ୟାସୀ ଦାସ, କେଳା ପ୍ରଧାନ, ହୃଷୀକେଶ ମହାନ୍ତି, ଫିରୋଜ ଗୌଡ଼, ପପୁ ସାହୁ, ସମୀର ପାତ୍ର, ଦେବରାଜ ପ୍ରଧାନ, ଲକ୍ଷ୍ମୀ ପାତ୍ର, ଅମିତ ବେହେରା, ମନୋଜ ପାତ୍ରଉପସ୍ଥିତ ଥିଲେ। ଏହି ପର୍ବ ଚଳିତ ଥର ପୂଜାର୍ଚ୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।