ଗର୍ଭବତୀ ପ୍ରସବ ଯନ୍ତ୍ରଣାରେ ହେଲେ ଛଟପଟ, ସ୍ବାମୀ କଲେ ଏପରି…

ରାଞ୍ଚି, ୧୯।୭: ଛତିଶଗଡ଼ରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ସଦ୍ୟତମ ଉଦାହରଣ ରାଞ୍ଚି ସଦର ହସ୍ପିଟାଲରେ ଶନିବାର ଦେଖିବାକୁ ମିଳିଛି। ଏଠାରେ ଜଣେ ଗର୍ଭବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଡାକ୍ତର ତାଙ୍କୁ ରିମ୍ସ୍‌ ହସ୍ପିଟାଲକୁ ରେଫର କରିଥିଲେ। ତେବେ ଆମ୍ବୁଲାନ୍ସ୍‌ ପର୍ଯ୍ୟନ୍ତ ତାଙ୍କୁ ନେବାକୁ ଷ୍ଟ୍ରେଚର ମିଳି ନ ଥିଲା ପାଖରେ ଥିବା ଷ୍ଟ୍ରେଚରରେ ହସ୍ପିଟାଲ କର୍ମଚାରୀ ଚେୟାର ଲଦିବାରେ ବ୍ୟସ୍ତ ଥିଲେ। ଏପରିସ୍ଥଳେ ଗର୍ଭବତୀଙ୍କ ସ୍ବାମୀ ଆଉ ଅପେକ୍ଷା ନ କରି ତାଙ୍କୁ କୋଳରେ ଧରି ବୋହି ନେଇ ଆମ୍ବୁଲାନ୍ସ୍‌ ପର୍ଯ୍ୟନ୍ତ ଯାଇଥିଲେ। ଗର୍ଭବତୀଙ୍କୁ ସ୍ବାମୀ କୋଳରେ ବୋହି ନେଉଥିବାର ଫଟୋ ଏବଂ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ଏନେଇ ରାଞ୍ଚି ସଦର ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ଡ. ସବ୍ୟସାଚୀ ମଣ୍ଡଳ କହିଛନ୍ତି ଯେ, ସଦର ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ ନାହିଁ। ତେବେ ଘଟଣାର ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।