ପ୍ରୀତି ସରନ୍‌ ଜାତିସଂଘ ସିଇଏସ୍‌ସିଆର୍‌ ଅଧ୍ୟକ୍ଷ

ନ୍ୟୁୟର୍କ,୧୫ା୯(ପି.ଟି.): ଭାରତର ପୂର୍ବତନ କୂଟନୀତିଜ୍ଞ ପ୍ରୀତି ସରନ୍‌ ଜାତିସଂଘର ସମ୍ମାନଜନକ ଆର୍ଥତ୍କ, ସାମାଜିକ ଓ ସାଂସ୍କୃତି ଅଧିକାର କମିଟି (ସିଇଏସ୍‌ସିଆର୍‌)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଅର୍ଥନୀତି ଏବଂ ସାମାଜିକ ଅଧିକାର ଉପରେ ଅନ୍ତର୍ଜାତୀୟ ଅନୁବନ୍ଧଗୁଡ଼ିକର କାର୍ଯ୍ୟକାରିତାକୁ ଏହି କମିଟି ତଦାରଖ କରିଥାଏ। ପ୍ରୀତିଙ୍କର ଭାରତୀୟ ବିଦେଶ ସେବାରେ ୩୬ ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିୟର ରହିଛି। ସେ ଏସିଆ, ଆଫ୍ରିକା, ୟୁରୋପ ଏବଂ ଆମେରିକାରେ ଭାରତୀୟ ମିଶନରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ଶୀର୍ଷ ପଦବୀକୁ ପ୍ରୀତି ନିର୍ବାଚିତ ହେବା ବୈଶ୍ୱିକ ସ୍ତରରେ ମାନବାଧିକାରକୁ ପ୍ରୋତ୍ସାହିତରେ ନୂଆଦିଲ୍ଲୀର ଅବଦାନ ଏବଂ ନେତୃତ୍ୱକୁ ସ୍ବୀକୃତି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପକ୍ଷରୁ କୁହାଯାଇଛି।