କଳାହାଣ୍ଡି ଜିଲା ପାଇଁ ଗୌରବ ଆଣିଲେ କୁନି ଝିଅ ପ୍ରୟାସୀ

ଥୁଆମୂଳ ରାମପୁର,୧୨ା୧୧(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ପାଇଁ ଗୌରବ ଆଣିଛନ୍ତି ଥୁଆମୂଳ ରାମପୁର ବ୍ଲକ ଜାମଗୁଡା ଗ୍ରାମର ଖଗେଶ୍ବର ନାଏକଙ୍କ ଝିଅ ପ୍ରୟାସୀ ନାଏକ। ଗତ ୮ ଓ ୯ ତାରିଖରେ ବ୍ରହ୍ମପୁର ନିଷ୍ଟ ୟୁନିଭର୍ସିଟିର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ୬ ବର୍ଷରୁ କମ୍‌ ଓପନ ନ୍ୟାଶନାଲ ଟାଏକୋଣ୍ଡୋ ଚମ୍ପିୟାନଶିପରେ ଭାଗ ନେଇ ସେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ଏହି ସଫଳତା ପାଇଁ ସମଗ୍ର ଜିଲାରେ ଖୁସିର ଲହରି ଖେଳିଯାଇଛି। ପ୍ରୟାସୀ ଭବାନୀପାଟଣାର ଆର୍‌. ଟାଇଗର ଟାଏକୋଣ୍ଡୋ ଫେଡରେଶନଠାରେ ପ୍ରଶିକ୍ଷଣ ନେଉଥିଲେ। ଏହି ପ୍ରତିଯୋଗିତାରେ ପ୍ରୟାସୀଙ୍କ ସମେତ ଜିଲାରୁ ୬୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ତାଙ୍କ ବାପା ଖଗେଶ୍ବର ଗଣମାଧ୍ୟମ ଆଗରେ ଏହି ଖୁସି ବାଣ୍ଟି କହିଛନ୍ତି, ଜୀବନରେ କୌଣସି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମଥର ଗୋଲ୍ଡ ମେଡାଲ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବିରଳ କୃତିତ୍ୱ ବୋଲି କୁହାଯାଇପାରେ। ଏଣୁ ସମଗ୍ର ବ୍ଲକବାସୀ ଖୁସି ଅନୁଭବ କରିବା ଉଚିତ।

Dharitri – Odisha’s No.1 Odia Daily

Share
Tags: odisha