ସାମାନ୍ୟ ସୁସ୍ଥ ହେଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେବି କୋମାରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ବ୍ରେନ୍‌ ସର୍ଜରୀ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଶନିବାର ସୂଚନା ଦେଇଛନ୍ତି ତାଙ୍କର ରେନାଲ ପାରାମିଟରରେ ସାମାନ୍ୟ ଉନ୍ନତି ହୋଇଛି। ହେଲେ ଏବେବି ସେ କୋମରେ ଅଛନ୍ତି। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରଣବ ବ୍ରେନ୍‌ ସର୍ଜରୀ ପାଇଁ ହସ୍ପିଟାଲ ଯାଇଥିବା ବେଳେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା। ଆଉ ସେବେଠାରୁ ସେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।