Categories: Home Leftଖେଳ

ପାରା ବ୍ୟାଡମିଣ୍ଟନ: ବିଶ୍ୱର ପ୍ରଥମ ସ୍ଥାନରେ ପ୍ରମୋଦ-ସୁକାନ୍ତ

ଭୁବନେଶ୍ବର,୨୦।୪: ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଏବଂ ସୁକାନ୍ତ କଦମ ଏବେ ଆଉ ଏକ ମାନ୍ୟତା ହାସଲ କରିଛନ୍ତି। ନିକଟରେ ବ୍ରାଜିଲ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିବା ବେଳେ ଏହି ଭାରତୀୟ ଯୋଡି ବୁଧବାର ଘୋଷିତ ମାନ୍ୟତାର ଶୀର୍ଷ ସ୍ଥାନ ଦାଖଲ କରିଛନ୍ତି। ଗତ ୮ ମାସ ହେବ ପୁରୁଷ ଯୁଗଳରେ ଏସଏଲ-୩ ଓ ଏସଏଲ-୪ ବର୍ଗରେ ପ୍ରମୋଦ ଭଗତ ଏବଂ ସୁକାନ୍ତ କଦମ ଏକାଠି ଖେଳୁଛନ୍ତି ଏବଂ ଶେଷ ୩ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।