Categories: Home Leftଖେଳ

ଅନ୍ତର୍ଜାତୀୟ ସ୍ତରରେ ପୁଣି ଓଡ଼ିଶାକୁ ଗୌରବାନ୍ବିତ କଲେ ପ୍ରମୋଦ

ନୂଆଦିଲ୍ଲୀ, ୪ା୪- ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଦୁବାଇଠାରେ ଚାଲିଥିବା ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ଅନ୍ତର୍ଜାତୀୟ ଇଭେଣ୍ଟରେ ସେ ଜିତିଛନ୍ତି ଦୁଇଟି ସ୍ବର୍ଣ୍ଣ ପଦକ। ପୁରୁଷ ସିଙ୍ଗଲ୍ସ ଓ ମନୋଜ ସରକାରଙ୍କ ସହ ମିଶି ପୁରୁଷ ଡବଲ୍ସ ବର୍ଗରେ ଶୀର୍ଷ ସଫଳତା ହାତେଇଛନ୍ତି ପ୍ରମୋଦ। ଏହାବାଦ୍‌ ପଲକ କୋହଲିଙ୍କ ସହ ମିଶି ବ୍ଲେଣ୍ଡେଡ୍‌ ଡବଲ୍ସ ବର୍ଗରେ ଭାଗ ନେଇଥିବା ପ୍ରମୋଦଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରବିବାର ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଭାରତୀୟ ଦଳ ୫ ସ୍ବର୍ଣ୍ଣ ପଦକ ସମେତ ୨୧ ପଦକ ଜିତିଛି। ତାଲିକାରେ ରହିଛି ୬ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ।