ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସ୍ବରାଜ ପାଣିଗ୍ରାହୀଙ୍କୁ ପରାସ୍ତ କରି ସଭାପତି ରୂପେ ବିଜୟୀ ହୋଇଛନ୍ତି।

ସେହିପରି ଉପସଭାପତି ଭାବେ ଅଶୋକ କୁମାର ମହାକୁଡ଼ଙ୍କୁ ପରାସ୍ତ କରି ଦୁର୍ଗାଚରଣ ଦାଶ ବିଜୟୀ ହୋଇଛନ୍ତି। ସମ୍ପାଦକ ଭାବେ ଅମ୍ରେଶ ତ୍ରିପାଠୀଙ୍କୁ ପରାସ୍ତ କରି ରବୀନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି। ସହସମ୍ପାଦକ ଭାବେ ରାମଚନ୍ଦ୍ର ଆଚାର୍ଯ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହାକୁ ନିର୍ବାଚନ ଅଧିକାରୀ ଭାବେ ପ୍ରମୋଦ କୁମାର ବେହେରା ରହି ନିର୍ବାଚନକୁ ପରିଚାଳନା କରିଥିଲେ। ବିଜୟୀ ପ୍ରାର୍ଥୀମାନଙ୍କୁ ଓକିଲସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କ ସମର୍ଥକମାନେ ମିଠାଖୁଆଇ ବାଣୁଫଟାଇ ବିଜୟୀ ଉତ୍ସବ ପାଳିଛନ୍ତି।

Dharitri – Odisha’s No.1 Odia Daily

Share