ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ନାଟକ ‘ପ୍ରହଲ୍ଲାଦ’ର ଦୈତ୍ୟରାଜ ହିରଣ୍ୟକଶିପୁ ରାଜା ଭୂମିକାରେ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେଲା ନିରବଚ୍ଛିନ୍ନ ଭାବେ ଅଭିନୟ କରିଥିବା ସିମାଞ୍ଚଳ ପାତ୍ରଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହା ପରେ ଯାଦବ କୁଳରେ ଜନ୍ମିତ ସିମାଞ୍ଚଳଙ୍କୁ ଗୁରୁବାର ଗଞ୍ଜାମ ଜିଲା ଖେମୁଣ୍ଡିି ତାଲୁକା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଯାଦବ ସମାଜ ସଭାପତି ଏ. ଜଗନ୍ନାଥ ପାତ୍ର, ସମ୍ପାଦକ ବାବାଜୀ କନ୍ୟାରି , ଉପଦେଷ୍ଟା ଏ. ବୁଦ୍ଧିଆ ପାତ୍ର,କାର୍ଯ୍ୟକର୍ତ୍ତା ଦଣ୍ଡପାଣି ପାତ୍ର,କାମରାଜୁ ପାତ୍ର ପ୍ରମୁଖ ବମୋକେଇ ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ମାଲ୍ୟାର୍ପଣ ପରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।