Categories: Home Leftଖେଳ

ଓଡ଼ିଶା ଦିବ୍ୟାଙ୍ଗ ଟିମ୍‌ରେ ପ୍ରଫୁଲ୍ଲଙ୍କ ସ୍ଥାନ ପକ୍କା

ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ସହରରେ ରହୁଥିବା ଗ୍ରାମାଞ୍ଚଳ କ୍ରିକେଟ କ୍ଳବର ଦିବ୍ୟାଙ୍ଗ ଖେଳାଳି ପ୍ରଫୁଲ କୁମାର ତରାଇ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ଲହରି ଖେଳିଯାଇଛି l

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ରାଜସ୍ଥାନର ଉଦୟପୁର ସହରରେ ଆସନ୍ତା ୨୮ ସେପ୍ଟେମ୍ବରରୁ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା। ଟୁର୍ନାମେଣ୍ଟରେ ଖେଳାଳି ପ୍ରଫୁଲ କୁମାର ସ୍ଥାନ ପାଇବା ଖବର ପାଇ ରମ୍ଭା କ୍ରିକେଟ କ୍ଳବ ସହିତ ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଖଳାଳି ପ୍ରଫୁଲଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ଏବଂ କ୍ରିକେଟ କିଟ୍‌ ଯୋଗାଇ ଦେଇଛନ୍ତି। ଏନେଇ କ୍ରିକେଟ କ୍ଳବ ସଭାପତି ସୀମାଞ୍ଚଳ ବାଡତ୍ୟା, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ, ଉପସଭାପତି ହିମାଂଶୁ ବୈଠାରୁ ପ୍ରମୁଖ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।