ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ କାର୍ଯ୍ୟାଳୟରେ ଗୁରୁବାର ଜିଲା ଘରୋଇ ବସ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚତୁର୍ଥ ଥର ପାଇଁ କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ଭାବେ ପ୍ରବୋଧ ରଥ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ପ୍ରମୋଦ ଖମାରୀ,ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା,କୋଷାଧ୍ୟକ୍ଷ ମାନସ ରଞ୍ଜନ ଦାଶ,ଉପ ସଭାପତି ସନ୍ଦୀପ ଦାସ, ଧବଳେଶ୍ବର ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ମୋହିତ ଦାସ,ବୀର କିଶୋର ପ୍ରହରାଜ ର୍ନିବାଚିତ ହୋଇଛନ୍ତି। ଷ୍ଟାଣ୍ଡ ସମ୍ପାଦକ ଭାବେ ନରେଶ ପଟ୍ଟନାୟକ, ଅରୁଣ ରଥ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ କାଶୀନାଥ ହୋତା, ପ୍ରଦୀପ କୁମାର ଦାସ,ସତ୍ୟ ରଥ,ଜ୍ୟୋତି ପ୍ରକାଶ ରଥ, ଜାମିନୀ ମାଝୀ, ସନ୍ତୋଷ ମହାପାତ୍ର, ପ୍ରତୀକ ମହାପାତ୍ର ପ୍ରମୁଖ ର୍ନିବାଚିତ ହୋଇଥିଲେ। ଆଗାମୀ ୩ ବର୍ଷ ପାଇଁ ଏହି ସଂଘ କାର୍ଯ୍ୟକାରୀ ହେବ। କଳାହାଣ୍ଡି ଜିଲାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳର ଯାତ୍ରୀଙ୍କୁ ବସ ସେବା ଯୋଗାଇବା ସହ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ସେବା ଯୋଗାଇ ଦିଆଯିବ ବୋଲି କଳାହାଣ୍ଡି ଘରୋଇ ବସ ମାଲିକ ସଂଘର ସଭାପତି ପ୍ରବୋଧ ରଥ ପ୍ରକାଶ କରିଛନ୍ତି।