Video: ନୂଆବର୍ଷରେ ଜାପାନକୁ ଥରାଇଲା ଶକ୍ତିଶାଳୀ ଭୂମିକମ୍ପ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ଟୋକିଓ/ନୂଆଦିଲ୍ଲୀ,୧।୧: ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ସହିତ ନୂଆବର୍ଷ ଆରମ୍ଭ କରିଛି ଜାପାନ। ସୋମବାର ଅପରାହ୍ନରେ ଇଶିକାୱା ଜିଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଶକ୍ତିଶାଳୀ ଭୂମିକମ୍ପକୁ ଦୃଷ୍ଟିରେ ରଖି ଜାପାନ ଭୂବିଜ୍ଞାନ ପକ୍ଷରୁ ଚେତାବନୀ ଜାରି କରାଯାଇଥିଲା। ତେବେ ଏହି ଭୂମିକମ୍ପ ସମୟର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଜାପାନ ସମୟ ଅନୁଯାୟୀ ସୋମବାର ଜାପାନରେ ଅପରାହ୍ନ ୪ଟା ୧୦ ମିନିଟରେ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଅପରାହ୍ନ ୪:୧୮ ରେ ୬.୧ ତୀବ୍ରତାର ଭୂମିକମ୍ପ, ଅପରାହ୍ନ ୪:୨୩ ରେ ୪.୫ ତୀବ୍ରତାର ଭୂମିକମ୍ପ, ୪:୨୯ ରେ ୪.୬ ତୀବ୍ରତାର ଭୂମିକମ୍ପ ଏବଂ ୪:୩୨ ରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୂମିକମ୍ପ ପ୍ରଭାବରେ 5 ମିଟର ଉଚ୍ଚତାର ସୁନାମି ଆସିବା ଭୟରେ ଉପକୂଳ ବାସିନ୍ଦାଙ୍କ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଏହାରି ମଧ୍ୟରେ ଇଶିକାୱା ଜିଲାର ୱାଜିମା ସହରରେ ୧.୨ ମିଟର ଉଚ୍ଚତାର ସୁନାମି ଆସିଥିବା ଖବର ମିଳିଛି।

Share
Tags: Japan Quake