ଏହି ସବୁ ଅଞ୍ଚଳରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିଦ୍ୟୁତ୍‌ ଯୋଗାଣ

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି. ବରପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବରଗଡ଼ ଜିଲା ଅନ୍ତର୍ଗତ ଆଗଲପୁର, ବଡ଼ଗାଁ, ବଡକରେଲ, ବନବସପାଲି, ବନ୍ଧପାଲି, ଚେରୁପାଲି, ଡୁମେରପାଲି, ଡୁଙ୍ଗୁରିପାଲି, ଜୁଲୁଣ୍ଡା, କପାସିରା, କଟାପାଲି, ଲେଣ୍ଡା, ଫୁଲାପାଲି, ରାମପୁର, ସାଲିପାଲି, ସରନ୍ଦାପାଲି, ସରଗୁଲ, ସୁଜିଆ, ତାମୁରା ଆଦି ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୧୮ତାରିଖ ମଙ୍ଗଳବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍‌ ସେବା ପାଇଁ ଅତ୍ୟନ୍ତ ଜରୁରୀ । ସାମୟିକ ସମୟ ପାଇଁ ବିଦ୍ୟୁତ୍‌ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ୍‌ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

 

Dharitri – The Largest & Most Trusted Odia Daily