ମାଡ୍ରିଡ୍,୨୮ା୪: ସ୍ପେନ୍ ଓ ପର୍ତ୍ତୁଗାଲ୍ରେ ଏକ ବଡ଼ ଧରଣର ବିଦ୍ୟୁତ୍ ବିଭ୍ରାଟ ଯୋଗୁ ସୋମବାର ମାଡ୍ରିଡ୍ ଓପନ ଟେନିସ ଟୁର୍ନମେଣ୍ଟର ଖେଳକୁ ସସ୍ପେଣ୍ଡ କରାଯାଇଛି।
ସ୍ଥାନୀୟ ସମୟ ୧୨ଟା ୩୪ ମିନିଟ ସମୟରେ ଦୁଇଟି ସିଙ୍ଗଲ୍ସ ଓ ଗୋଟିଏ ଡବଲ୍ସ ମ୍ୟାଚ ଖେଳାଯାଉଥିବା ବେଳେ ବିଦ୍ୟୁତ ଲାଇନ୍ ଚାଲିଯାଇଥିଲା। ଫଳରେ ମାନୋଲୋ ସାନ୍ତାନା ଷ୍ଟାଡିୟମ କୋର୍ଟ ଭିତରେ ଲାଗିଥିବା ସ୍ପାଇଡର କ୍ୟାମେରା ଓ କଲିଂ ସିଷ୍ଟମ୍ ଅଚଳ ହୋଇପଡ଼ିଥିଲା। ସେତେବେଳେ ମୁଖ୍ୟ ଷ୍ଟାଡିୟମରେ ଖେଳାଯାଉଥିବା ଜାକବ ପିଅର୍ନଲିଙ୍କ ବିପକ୍ଷ ଏକ ମ୍ୟାଚରେ ଗ୍ରିଗୋର ଦିମିତ୍ରି ୬-୪, ୫-୪ରେ ଆଗୁଆ ରହିଥିଲେ। ସୋମବାର ମହିଳା ମ୍ୟାଚ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା।