ଗଞ୍ଜାମ.୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ବ୍ରିଟିଶ ଅମଳରୁ ଐତିହାସିକ ପୋତାଗଡ଼ ରହିଛି । ଏହି ଗଡ଼ ବହୁ ବର୍ଷରୁ ପୋତି ହୋଇଯିବାରୁ ଏହା ପୋତାଗଡ଼ ନାମରେ ନାମିତ ହୋଇଥିବା ସହରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମତ ଦିଅନ୍ତି। ସେଠାରେ ଥିବା ହାତୀ ଘୋଡା ଶାଳ ଭାଙ୍ଗି ରୁଜି ଯାଇଥିବା ବେଳେ ଅନେକ କୀର୍ତ୍ତି ପୋତି ହୋଇ ରହିଥିବା ଦେଖିବାକୁ ମିଳୁଛି । ଏଥିସହ ପୋତାଗଡ଼କୁ ଲାଗି ଋଷିକୂଲ୍ୟା ନଦୀ ଗର୍ଭରେ ପୋତାଗଡ଼ର ଭଗ୍ନ ପାଚେରୀ ପୋତି ହୋଇ ରହିଥିବା ବେଳେ ଏବେ ମଧ୍ୟ ପାଚେରୀର କିଛି ଅଂଶ ଦେଖିବାକୁ ମିଳିଛି । ସବୁବେଳେ ନଦୀ ପାଣିରେ ପାଚେରୀଟି ରହିଥିଲେ ବି ସତେଜ ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଐତିହାସିକ ପୋତାଗଡ଼ର ପୁନଃ ଉଦ୍ଧାର କାର୍ଯ୍ୟ ଓ ଉନ୍ନତିକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତତ୍କାଳୀନ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।