Test tube with blood sample for COVID-19 test, novel coronavirus 2019 found in Wuhan, China
ବୁଗୁଡ଼ା,୨୫ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଜଣେ ବ୍ୟକ୍ତି ଗତ ୧୬ ତାରିଖରେ ବୁଗୁଡାରେ ସ୍ବାବ୍ ଦେଇଥିବାବେଳେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମାତ୍ର ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ବାବ୍ ଦେଇଥିବାବେଳେ ଉକ୍ତ ଦିନ ରିପୋର୍ଟ ନେଗେଟିଭ ଆସିଥିଲା। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବୁଗୁଡ଼ା ମୁଖ୍ୟ ସଡ଼କ ବ୍ଲକ ଛକ ନିକଟରେ ରହୁଥିବା ବ୍ରହ୍ମଚାରୀ ବିଷୋୟୀ ୧୬ ତାରିଖରେ ପିପୁଲ୍ସ କଲେଜରେ ହୋଇଥିବା ସ୍ବାବ୍ ସଂଗ୍ରହ କେନ୍ଦ୍ରରେ ଗତ ୧୬ ତାରିଖରେ ସ୍ବାବ୍ ଦେଇଥିଲେ। ୧୭ ତାରିଖରେ ତାଙ୍କୁ ଜ୍ୱର ହେବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କର ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ରାତିରେ ରିପୋର୍ଟ ନେଗେଟିଭ ଆସିବା ପରେ ପରଦିନ ବୁଗୁଡା ଫେରି ଆସିଥିଲେ। ମାତ୍ର ବୁଗୁଡାରେ ଦେଇଥିବା ସ୍ବାବ୍ ରିପୋର୍ଟ ଶନିବାର ପଜିଟିଭ ଆସିବା ପରେ ସେ ଚିନ୍ତାରେ ପଡିଯାଇଛନ୍ତି।
ବୁଗୁଡ଼ାରେ ଶନିବାର ୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୩୫୫ରେ ପହଞ୍ଚଛି। ସେଥିରୁ ୧୮୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି।