ୟୁରୋପ ୟୁନିୟନର ନୂଆ କଠୋର ନିୟମକୁ ସାମ୍ନା କରିବେ ପର୍ଣ୍ଣହବ୍, ଷ୍ଟ୍ରିପଚାଟ, ଏକ୍ସଭିଡିଓ

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ତିନି ସବୁଠୁ ବଡ଼ ଅଶ୍ଳୀଳ ୱେବସାଇଟ ୟୁରୋପୀୟ ୟୁନିଅନ(ଇୟୁ)ରେ କଠୋର ନିୟମ ଲାଗୁ ସାମ୍ନା କରିବାକୁ ଯାଉଛନ୍ତି। ପର୍ଣ୍ଣହବ୍, ଷ୍ଟ୍ରିପଚାଟ, ଏକ୍ସଭିଡିଓ ଏଣିକି ଉପଭୋକ୍ତା ବୟସ ଯାଞ୍ଚକୁ କଠୋର ଭାବେ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କ କଣ୍ଟେଣ୍ଟ ପରିଚାଳନାକୁ ବଢି଼ବା ପାଇଁ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବେ।

ଏହାର କାରଣ ହେଉଛି ୟୁରୋପୀୟ ୟୁନିଅନ ଦେଶଗୁଡିକରେ ସେମାନଙ୍କର ମାସିକ ଉପଭୋକ୍ତା ଆଧାର ଅତି କମରେ ୪୫ ନିୟୁତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହାର ଅର୍ଥ ହେଉଛି, ଇୟୁର ଡିଜିଟାଲ୍ ସର୍ଭିସେସ୍ ଆକ୍ଟ (ଡିଏସଏ) ଅନୁଯାୟୀ, ସେମାନେ ବହୁତ ବଡ଼ ଅନଲାଇନ ପ୍ଲାଟଫର୍ମ (VLOPs) ଭାବରେ ଶ୍ରେଣୀଭୁକ୍ତ ହୋଇଛନ୍ତି।

ଅଶ୍ଳୀଳ ୱେବସାଇଟ ଗୁଡିକ ଏଥିପାଇଁ ପାଖରେ ଚାରିମାସ ସମୟ ରହିଛି। ଯେଉଁ ସମୟରେ ସେମାନେ ସେମାନେ ଅନେକ ଆଇନ୍କୁ ମାନି ଅବୈଧ କଣ୍ଟେଣ୍ଟ ଗୁଡିକ ପ୍ରସାରକୁ ରୋକିବା ପାଇଁ ଅଧିକ ପ୍ରୟାସକୁ କରିବେ, ଯେପରିକି ଡିପ୍ ଫେକ ଅଶ୍ଳୀଳ ଭିଡିଓ ଏବଂ ଶିଶୁ ଯୌନ ଶୋଷଣର ଭିଡିଓ, ନାବାଳିକାଙ୍କୁ ସେମାନଙ୍କ ୱେବସାଇଟ୍ ବ୍ୟବହାର ନକରିବା ପାଇଁ ଅଧିକ କଠୋର ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା। ଯେପରିକି ବୟସ ଯାଞ୍ଚ ପ୍ରଣାଳୀ ନିଶ୍ଚିତ କରେ ଯେ ସେମାନଙ୍କର ବିପଦ ମୂଲ୍ୟାଙ୍କନ ଏବଂ ସମସ୍ତ DSA ଆବଶ୍ୟକତା ପାଳନ ଏକ ବାହ୍ୟ, ନିରପେକ୍ଷ ଦଳ ଦ୍ୱାରା ଯାଞ୍ଚ କରାଯାଏ।

ଏହା ବ୍ୟତୀତ ଭିଡିଓରେ ଦର୍ଶା ଯାଇଥିବା ସ୍ଥାନ ଗୁଡିକ ନୂତନ, କଠୋର ନିୟମାବଳୀକୁ ପାଳନ କରିବା ନିଶ୍ଚିତ କରିବା। ଯାହା ୟୁରୋପିଆନ ୟୁନିୟନର ଅଧୀନରେ ରହିବ। ଯଦି ସେମାନେ ତାହା ପାଳନ ନକରନ୍ତି, ତେବେ ଏହା ସେମାନଙ୍କ ବିଶ୍ଵବ୍ୟାପୀ କାରବାରର ୬% ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ।