ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ ସିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ କରିଛି।
୩୦୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ୩୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି। ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରେ ପାଣିରେ ବୁଡ଼ି ଜୁବିନଙ୍କ ମୃତ୍ୟୁ ଘଟିଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପୂର୍ବରୁ ଜୁବିନଙ୍କୁ ହତ୍ୟା କରାଯାଇଥିବା ପ୍ରକାଶ କରିଛନ୍ତି।