ଶୁକ୍ରବାର କେରଳରେ ହରତାଳ

ଥିରୁଭାନନ୍ଥପୁରମ୍‌,୨୨।୯(ପି.ଟି.): ଏନ୍‌ଆଇଏ ଏବଂ ଇଡି ଚଢ଼ାଉ ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ ଗୁରୁବାର ସାରା କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟକୁ ବିରୋଧ କରି ଉକ୍ତ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୩ ଅର୍ଥାତ୍‌ ଶୁକ୍ରବାର ପୁଣି ଥରେ କେରଳରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି। ପିଏଫ୍‌ଆଇର ନେତାମାନଙ୍କୁ ଗିରଫ କରାଯିବା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ବୋଲି ପିଏଫ୍‌ଆଇ କହିଛି। ଭିନ୍ନ ସ୍ବରକୁ ଚାପିଦେବା ଲାଗି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଥିବା ଆର୍‌ଏସ୍‌ଏସ୍‌ ନିୟନ୍ତ୍ରିତ ସରକାରଙ୍କ ବିରୋଧରେ ହରତାଳ ଡାକରା ଦିଆଯାଇଥିବା ପିଏଫ୍‌ଆଇ ରାଜ୍ୟ ସାଧାରଣ ସମ୍ପାଦକ ଏ. ଅବଦୁଲ ସଥାର କହିଛନ୍ତି।

Share