BRISBANE, AUSTRALIA - OCTOBER 07: Megan Schutt of Australia celebrates taking the wicket of Amelia Kerr of New Zealand during game three of the Women's One Day International series between Australia and New Zealand at Allan Border Field on October 07, 2020 in Brisbane, Australia. (Photo by Bradley Kanaris/Getty Images)
ବ୍ରିସ୍ବେନ୍,୮।୧୦(ଏପି): ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ବୁଧବାର ନ୍ୟୁଜିଲାଣ୍ଡକୁ ୨୩୨ ରନରେ ପରାସ୍ତ କରି ଏକ ବିରଳ ରେକର୍ଡର ସମକକ୍ଷ ହୋଇଛି। ଅଷ୍ଟ୍ରେଲିଆ ମହିଳା ଦଳ ଏଥିସହ ଦିନିକିଆ ଫର୍ମାଟରେ କ୍ରମାଗତ ୨୧ତମ ବିଜୟ ହାସଲ କରି ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପୁରୁଷ ଦଳର ବିଶ୍ୱ ରେକର୍ଡର ସମକକ୍ଷ ହୋଇଛି। ୨୦୦୩ରେ ପଣ୍ଟିଂ ଦଳ ଏହି ବିରଳ ସଫଳତା ହାସଲ କରିଥିଲା।
ବୁଧବାର ଅନୁଷ୍ଠିତ ଏହି ମ୍ୟାଚ୍ରେ ଇଞ୍ଜୁରି କାରଣରୁ ଅଧିନାୟିକା ମେଗ୍ ଲାନିଂ ଓ ତାରକା ଅଲରାଉଣ୍ଡର ଏଲିସ୍ ପେରିଙ୍କ ଅନୁପସ୍ଥିତି ସତ୍ତ୍ୱେ ଅଷ୍ଟ୍ରେଲିଆ ବୃହତ୍ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୩୨୫ ରନ ସଂଗ୍ରହ କରିଥିଲା। ଜବାବରେ ୨୭ ଓଭରରେ ୯୩ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ଅଷ୍ଟ୍ରେଲିଆ ମହିଳା ଦଳର ଏହି ବିଜୟଧାରା ୨୦୧୮ ମାର୍ଚ୍ଚରେ ଭାରତ ବିପକ୍ଷରୁ ଆରମ୍ଭ ହୋଇଥିଲା। ଏଥିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ସାମିଲ ରହିଛି। ଏଥିସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ସିରିଜ ହାତେଇ ନେଇଛି।