Categories: ଖେଳ

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ୟାସ୍‌ ଆଇଲାଣ୍ଡ, ୧୩ା୧୨-ସିଜନ ଶେଷ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଆବୁଧାବି ଗ୍ରାଁ ପ୍ରି ପାଇଁ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏହି ସିଜନରେ ମର୍ସିଡିଜ୍‌ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ରେଡ୍‌ବୁଲ୍‌ର ଏହା ପ୍ରଥମ ପୋଲ୍‌ ପୋଜିଶନ। ନେଦରଲାଣ୍ଡ୍ସ ଡ୍ରାଇଭର ଭର୍ଷ୍ଟାପେନ୍‌ ୦.୦୨୫ ସେକେଣ୍ଡରେ ଭାଲଟେରି ବୋଟାସଙ୍କୁ ପରାସ୍ତ କରିଥିଲେ। ବୋଟାସଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନ ୦.୦୮୬ ସେକେଣ୍ଡ ବ୍ୟବଧାନରେ ତୃତୀୟ ହୋଇଥିଲେ। ମ୍ୟାକଲରେନର ବ୍ରିଟିଶ ଡ୍ରାଇଭର ଲାଣ୍ଡୋ ନୋରିସ୍‌ ରେଡ୍‌ ବୁଲ୍‌ର ଆଲେକ୍ସ ଆଲ୍‌ବନଙ୍କ ଆଗରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେ ଭର୍ଷ୍ଟାପେନ୍‌ଙ୍କଠାରୁ ୦.୨୫୧ ସେକେଣ୍ଡ ପଛରେ ରହିଥିଲେ। ଏହି ସିଜନରେ ଏହା ହେଉଛି ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ୱାଲିଫାଇଂ ରେସ୍‌।

Share