Spielberg : Red Bull driver Max Verstappen of the Netherlands makes a fist after winning the qualifying at the Red Bull Ring racetrack in Spielberg, Austria, Saturday, June 26, 2021. The Styrian Formula One Grand Prix will be held on Sunday, June 27, 2021. AP/PTI(AP06_26_2021_000194B)
ସ୍ପିଲବର୍ଗ, ୨୭ା୬ (ଏପି)-ସିରିଆନ ଗ୍ରାଁ ପ୍ରି ପାଇଁ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ପୋଲ ପୋଜିଶନ ହାସଲ କରିଛନ୍ତି। ରେଡ୍ବୁଲ୍ର ଏହି ଡ୍ରାଇଭର ମର୍ସିଡିଜ୍ର ଭାଲଟେରି ବୋଟାସଙ୍କଠାରୁ .୧୯୪ ସେକେଣ୍ଡ ଆଗରେ ରହି ଚଳିତ ସିଜନରେ ଏହା ହେଉଛି ତାଙ୍କର ତୃତୀୟ ପୋଲ୍ ପୋଜିଶନ। ଶୁକ୍ରବାର ଅନୁଷ୍ଠିତ ପ୍ରାକ୍ଟିସରେ ପିଟ୍ଲେନ୍ ଦୁର୍ଘଟଣା ପାଇଁ ବୋଟାସ ୩ ସ୍ଥାନ ପେନାଲ୍ଟି ପାଇଥିବାରୁ ଭର୍ଷ୍ଟାପେନ୍ ରବିବାର ଲୁଇସ୍ ହାମିଲଟନଙ୍କ ସହ ପ୍ରଥମଧାଡ଼ି ଶେୟାର କରିବେ। ହାମିଲଟନ ତାଙ୍କ ମର୍ସିଡିଜ୍ ଟିମ୍ମେଟଙ୍କଠାରୁ .୦୩୨ ସେକେଣ୍ଡ ପଛରେ ତୃତୀୟ ହୋଇଥିଲେ। ମ୍ୟାକଲରେନର ଲାଣ୍ଡୋ ନୋରିସ ଓ ରେଡ୍ବୁଲ୍ର ସର୍ଗିଓ ପେରେଜ ଦ୍ୱିତୀୟ ଧାଡ଼ିରୁ ରେସ୍ ଆରମ୍ଭ କରିବେ। ରେଡ୍ବୁଲ୍ ଗତ ୩ଟି ରେସ୍ରେ ବିଜୟ ଲାଭ କରିଛି। ୭ ସପ୍ତାହ ପୂର୍ବେ ସ୍ପାନିଶ ଗ୍ରାଁ ପ୍ରି ଜିତିବା ପରଠାରୁ ପ୍ରଥମ ସଫଳତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ହାମିଲଟନ।