ଭୋଟରଙ୍କୁ ସାଧାରଣ ବୋଲି ଭାବିବା ଭୁଲ: ଇନ୍ଦିରା, ଅଟଳ ବି ହାର ମାନିଥିଲେ

ମୁମ୍ବାଇ,୧୧।୭: ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି ରାଜନେତାମାନେ ଭୋଟରଙ୍କୁ ସାଧାରଣ ଭାବିବା ଭୁଲ୍‌। ଶକ୍ତିଶାଳୀ ନେତା ଇନ୍ଦିରା ଗାନ୍ଧୀ ଓ ଅଟଳ ବିାହାରୀ ବାଜପେୟୀଙ୍କୁ ବି ହାରିବାକୁ ପଡିଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଗତବର୍ଷ ବିଧାନସଭା ନିର୍ବାଚନ ସମୟରେ ମୁଁ ଦ୍ୱିତୀୟ ଥର ବିଜୟ ଲାଭ କରିବି ବୋଲି କହିଥିଲେ। ତେଣୁ ତାକୁ ଦେଖି ଭୋଟର ଭାବିଥିଲେ ଯେଉଁ ନେତାଙ୍କଠାରୁ ଅହଂକାରର ଗନ୍ଧ ଆସୁଛି ତାଙ୍କୁ ଉଚିତ ଶିକ୍ଷା ଦେବା ଦରକାର। ପରେ ତାହାହିଁ ହୋଇଥିଲା। ତେଣୁ ଭୋଟରଙ୍କୁ କେବେ ହାଲୁକା ଭାବେ ନେବା ଉଚିତ୍‌ ନୁହେଁ ବୋଲି ଶରଦ କହିଛନ୍ତି।