ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର ଯାତ୍ରା ହେଉଥିବାବେଳେ ସେଠାରେ ବେଆଇନ ଭାବରେ କୁକୁଡ଼ା ଲଢ଼େଇ ଚାଲିଥିଲା । ପାଖାପାଖି ୧୦ହଜାରରୁ ଉଦ୍ଧର୍ବ ଲୋକ ରୁଣ୍ଡ ହୋଇ କୁକୁଡ଼ା ଲଢ଼େଇ ଅଂଶଗ୍ରହଣ ଓ ଦେଖାକଣା ହାରି ସାଜି ଥିଲେ। କୁକୁଡ଼ା ପଡ଼ା ଚାଲୁଥିବା ଖବରପାଇ ଖେଳ ବନ୍ଦ କରିବାକୁ ପାଟଣା ପୋଲିସ ପକ୍ଷରୁ ଥାନାଧିକାରୀ ମାନସକୁମାର ମହାକୁଳ, ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ଥ ଓରାମ,ଓଏଏସଆଇ ଧନେଶର ପାତ୍ରଙ୍କ ସହ ୩ କନଷ୍ଟେବଳ ଯାଇଥିବା ବେଳେ କୁକୁଡ଼ା ପଡ଼ା କରାଉଥିବା ଲୋକମାନେ ପୋଲିସକୁ ଘେରି ଯାଇଥିଲେ। ଫଳରେ ପୋଲିସକୁ ହଟହଟା ହେବାକୁ ପଡ଼ିଥିଲା।
ପୋଲିସ ଚଢ଼ାଉ ଦେଖି କିଛି ଲୋକ ଛତ୍ରଭଙ୍ଗ ଦେଇ ଦୋଡି ପଳାଇଥିବାବେଳେ ଏହାର ସୁଯୋଗ ନେଇ କିଛି ଲୋକଙ୍କ କୁକୁଡ଼ାଗୁଡିକୁ ଅନ୍ୟ ଲୋକେ ଧରି ପଳାଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ହଜାର ହଜାର ଲୋକେ ପୋଲିସ ଗାଡି ସମ୍ମୁଖରେ ଛିଡା ହୋଇ ପାଟଣା ଓ ସାହାରପଡା ଫାଣ୍ଡି ପୋଲିସ ଗାଡିକୁ ଅଟକ ରଖିଥିଲେ। ଫଳରେ କିଛି ସମୟ ଧରି ପୋଲିସ ଓ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିବା ପ୍ରତ୍ୟକ୍ଷଦର୍ଷୀ କହିଥିବାବେଳେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ସ୍ବାଭାବିକ ହୋଇଥିଲା। ତେବେ ପାଟଣା ଓ ତୁରମୁଙ୍ଗା ଥାନା ଅଞ୍ଚଳରେ କେତେକ ସ୍ଥାନରେ ବେଆଇନ କୁକୁଡ଼ା ପଡ଼ା ଚାଲିଥିବା ବେଳେ ଏଥିପ୍ରତି ଏସପି ନୀତିନ କୁଶଲ କର ଦାଗୁଡୁ ସତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି ଅଙ୍କୁଶ ଲଗାଇବାକୁ ଦାବି ହେଉଛି। ସ୍ବଳ୍ପ ସଂଖ୍ୟକ ପୋଲିସଙ୍କୁ ନେଇ ପୋଲିସ ଚଢାଉ କରିଥିବାରୁ ଲୋକେ ପୋଲିସ ଉପରେ ଭାରି ହୋଇଥିଲେ ବୋଲି ଆଲୋଚନା ହେଉଛି।