ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ପକ୍ଷରୁ ମଙ୍ଗଳବାର ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସାମ ପାଟଣା ସଭାଗୃହରେ ପାଟଣା ପୋଲିସ ପକ୍ଷରୁ ମହିଳାଙ୍କ ପ୍ରତି ହେଉଥିବା ଯୌନ ଶୋଷଣ (ସେକ୍ସସୁଆଲ ହାରସ ମେଣ୍ଟ) ଓ ନାବାଳିକା ଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ମହାନ୍ତ, ବରିଷ୍ଠ ଖବରଦାତା ନୃସିଂହ ନାଥ ସିଂହ, ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ତଥା କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏସଡିପି ଶ୍ରୀ ମହାପାତ୍ର କହିଥିଲେ, ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ପ୍ରତି ଯୌନ ଶୋଷଣ ହେଲେ କାହାରିକୁ ଭୟ ନ କରି କଲେଜରେ ଥିବା ଆଇ.ସି.ସି. ଓ ତ୍ରିଶକ୍ତି କମିଟିରେ ଜଣାଇବେ। ଏଥିରେ ସମାଧାନ ନ ହେଲେ ପୋଲିସର ସହାୟତା ନେବେ।