ମୋରଡ଼ା,୨୯ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବଜାର ଦେଇ ଜଣେ ବେପାରୀ ଗୋ ମାଂସ ବିକ୍ରି କରିବାକୁ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି। ଲୋକେ ତାଙ୍କୁ ପୋଲିସ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ମୋରଡ଼ା ଥାନା ଅଧୀନ କୁକୁଡ଼ାପଦା ଗ୍ରାମର ସୁଦାମ ସୋରେନ ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରୁ ପନ୍ଦର କେଜି ଗୋ ମାଂସ ନେଇ ଏକ ସାଇକେଲ ଯୋଗେ ବିକ୍ରି କରିବାକୁ ଯାଉଥିବା ବେଳେ ରାସଗୋବିନ୍ଦପୁର ବଜାର ନିକଟରେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସୁଦାମଙ୍କୁ ଥାନାକୁ ଆଣିଥିଲେ l ତେବେ ସୁଦାମ କୁକୁଡ଼ାପଦା,ଜିଆପାଳ,ସନ୍ୟାସୀ ଗ୍ରାମରେ ଉକ୍ତ ମାଂସ ବିକ୍ରି କରନ୍ତି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି l
Dharitri – Odisha’s No.1 Odia Daily