ବଲାଙ୍ଗୀର, ୨୨/୯ (ସୁନିଲ ମହାନ୍ତି): ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୩୧ ମୋବାଇଲ ଫୋନ ଉଦ୍ଧାର କରି ଟାଉନ ଥାନା ପୋଲିସ ଲୋକଙ୍କୁ ଫେରାଇଛି। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଲୋକଙ୍କୁ ଚୋରି ମୋବାଇଲ ଫେରାଇ ଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ଏହି ସମୟରେ ଆଡିସନାଲ ଏସପି ହିମାଂଶୁ ଭୂଷଣ ବେହେରା, ଟାଉନ ଥାନା ଅଧିକାରୀ ଅବନୀ ସାହୁ ଉପସ୍ଥିତ ଥିଲେ।