୫ ଦିନ ଧରି ଭୋକ ଉପାସରେ ବିଲରେ ପଡ଼ି ରହିଥିଲେ ବୃଦ୍ଧ, ଭଞ୍ଜନଗର ପୋଲିସ ଉଦ୍ଧାର କରି…

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖମାରେଡି ଗ୍ରାମରେ ଆଜକୁ ୫ ଦିନ ହେବ ଅନାହାରରେ ପଡିରହିଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ସାରେ ଗ୍ରାମବାସୀ ଏବଂ ପୋଲିସ ମିଶି ଉଦ୍ଧାର କରିଛନ୍ତି । ଏହାପରେ ପୋଲିସ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛି। ବୃଦ୍ଧ ଜଣକ ସୁସ୍ଥ ହେବାପରେ ତାଙ୍କର ସଠିକ ପରିଚୟ ଜଣାପଡ଼ିବ। ଏଥିସହ ସେ କେଉଁଭଳି ପରିସ୍ଥିତିରେ ଯାଇ ବିଲ ମାଳରେ ପଡ଼ିରହିଥିଲେ ତାହା ଜଣାଇ ପାରିବେ। ଯାହାପରେ ତାଙ୍କୁ ନେଇ କୌଣସି ଅନାଥ ଆଶ୍ରମରେ ଛାଡ଼ିବା ବ୍ୟବସ୍ଥା କରାଯିବ ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ଏଠାରେ ସୂଚନା ଦେଇଛନ୍ତି। ପୋଲିସର ଏହିଭଳି ମହାନ କାର୍ଯ୍ୟ କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Share
Tags: ganjamodisha