ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି ଯୁବକ ନାଳ ନିକଟକୁ ଶୌଚ କରିବାକୁ ଯିବା ବେଳେ ଏକ ମୃତଦେହ ପଡ଼ି ରହିଥିବା ଦେଖିଥିଲେ। ପରେ ମୋହନା ପୋଲିସକୁ ଯୁବକମାନେ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ହେଲେ ମୃତକଙ୍କ ପରିଚୟ ମିଳି ପାରି ନ ଥିଲା। ଅପରପକ୍ଷେ ମୃତ ବ୍ୟକ୍ତି ଜଣକ କିଏ ଓ କେମିତି ତାଙ୍କର ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ମୋହନା ଥାନାରେ ୩/୨୬ ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇବା ସହ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।