ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା ଓ ତାଙ୍କର ୨ଜଣ ସହଯୋଗୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଉଛନ୍ତି ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହି ଗ୍ରାମର ମିର୍ଜା ଉର୍ଫାନ ବେଗ୍‌, ସିରାଜ ଅଲ୍ଲୀ ଓ ତିହିଡ଼ି ଥାନା ଅଧୀନ ମିର୍ଜାପୁର ଗ୍ରାମର ସୟଦ ଅଇରାଜ। ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଚାନ୍ଦବାଲି ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ସାହୁ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବେଆଇନ ଗଞ୍ଜେଇ ଦୋକାନରୁ ପୋଲିସ ୧୬କେଜି ୩୩୬ଗ୍ରାମ ଗଞ୍ଜେଇ ଓ ୪୫ହଜାର ୯୯୫ଟଙ୍କା ଜବତ କରିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଏହି ଘଟଣାରେ ଏସ୍‌ଆଇ ଦୀପ୍ତିମଞ୍ଜରୀ ବଡ଼ଜେନାଙ୍କ ରିପୋର୍ଟ କ୍ରମେ ପୋଲିସ କେସ୍‌ ନଂ ୧୧୪/୨୬ରେ ଏକ ମାମଲା ରୁଜୁ କରିଛି। ଶନିବାର ସକାଳେ ପୋଲିସ ତିହିଡ଼ି ବଜାରରେ ପାଟ୍ରୋଲିଂ ସମୟରେ ଗଞ୍ଜେଇ ବିକ୍ରି ସମ୍ପର୍କରେ ଜାଣି ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ସୂଚନା ଦେଇଥିଲେ। ସନ୍ଧ୍ୟାରେ ପୋଲିସ ସେହି ଦୋକାନ ଉପରେ ଚଢ଼ାଉ କରିଥିବା ଏସ୍‌ଡିପିଓ ସାହୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily