ଗୋପାଳପୁର, ୩ା୭(ନବୀନରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଗିରିସୋଲା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଏକ ଜୁଆଆଡ୍ଡା ଉପରେ ଗୋଳନ୍ଥରା ପୋଲିସ ଚଢ଼ାଉ କରି ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୮ ହଜାର ୨ ଶହ ଟଙ୍କା, ଖେଳ ସାମଗ୍ରୀ, ୬ ବାଇକ, ୪ଟି ମୋବାଇଲ ଫୋନ ପୋଲିସ ଜବତ କରିଛି।
ଗୁରୁବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏକ ଟିମ ଗିରିସୋଲା ଗାଁ ପଡିଆରେ ଚଢ଼ାଉ କରିଥିଲେ। ଏହି ସମୟରେ କେତେଜଣ ଜୁଆଡ଼ି ଫେରାର ହୋଇଯାଇଥିଲେ l